Shri Maa Ramachandi is the divine Shakti worshipped and established by Lord Rama, the epitome of righteousness. She embodies the three Gunas (qualities) - Sattva, Rajas, and Tamas - manifesting as Maha Saraswati, Maha Lakshmi, and Maha Kali.
The character of this Shakti is described in the Durga Saptashati Chandi as the threefold form, revealed through the sacred Saptashati Chandi Patha.
ଶ୍ରୀ ମା' ରାମଚଣ୍ଡୀ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଦ୍ୱାରା ପୂଜିତ ଏବଂ ପ୍ରତିଷ୍ଠିତ ଶକ୍ତି ଯିଏ ସତ୍ଵ, ରଜ ଓ ତମ ଗୁଣ ର ଅଧିଷ୍ଠାତ୍ରୀ ଅର୍ଥାତ୍, ମହା ସରସ୍ଵତୀ, ମହାଲକ୍ଷ୍ମୀ, ମହାକାଳୀ ସ୍ୱରୂପିଣୀ ଅଟନ୍ତି।
ଶ୍ରୀ ଦୁର୍ଗା ସପ୍ତସତୀ ଚଣ୍ଡୀ ରେ ଏହି ଶକ୍ତି ଙ୍କ ଚରିତ୍ର ତ୍ରି ଗୁଣ ରୂପରେ ସପ୍ତ ସତୀଚଣ୍ଡୀ ପାଠ ମାଧ୍ୟମ ରେ ବିଦିତ ଅଟନ୍ତି।
During the Treta Yuga, Lord Rama and Lakshmana, while searching for Mother Sita (as described in 'Vaidehi Vilasa' by Kavi Samrat Upendra Bhanja), traveled along the banks of the Rushikulya river after receiving news from a crane.
ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ଲକ୍ଷ୍ମଣ ମାତା ସୀତା ଙ୍କ ଅନ୍ଵେଷଣ ରେ ଯିବା ସମୟରେ (କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ଙ୍କ ଦ୍ଵାରା ରଚିତ ବୈଦେହିସ ବିଳାସରେ ଦ୍ରଷ୍ଟବ୍ୟ) ବକ ଦ୍ଵାରା ସମ୍ବାଦ ପ୍ରାପ୍ତି ର କିଛି କାଳ ପରେ ପରେ ଋଷିକୂଲ୍ୟା ନଦୀ କୂଳେ କୂଳେ ଯାତ୍ରା କରିଥିଲେ।
At the sacred confluence where the Rushikulya river flows northward, Lord Rama performed ancestral rites (Pitru Tarpan) and worshipped Lord Shiva. This deity is now known as Shri Tumbeshwar and remains a revered pilgrimage site to this day.
ଋଷିକୁଲ୍ୟା ନଦୀ ଶଯ୍ୟାର ଗତି ପଥ ର ତୀର୍ଥାଗମନ, ଅର୍ଥାତ୍ ଉତ୍ତରାଭିମୁଖ ସ୍ଥଳ ରେ ପିତୃ ତର୍ପଣ ସହିତ ଆରାଧ୍ୟ ଶ୍ରୀ ଶିବଙ୍କୁ ଅର୍ଚ୍ଚନ କରିଥିଲେ, ଯେଉଁ ଠାକୁର ବର୍ତ୍ତମାନ୍ ଶ୍ରୀ ତୁମ୍ବେଶ୍ୱର୍ ନାମରେ ବିଦିତ ଅଟନ୍ତି। ଏହା ଆଜିବି ଏକ ଅପରୂପ ତୀର୍ଥ ସ୍ଥାନ ରୁପେ ପରିଚିତ।
This small hill situated in Niladri, with the Rushikulya river flowing beside it and the ocean confluence nearby, was considered a sacred place.
ନୀଳାଦ୍ରି ସ୍ଥିତ ଏହି ଅନୁଚ-ପର୍ବତ ପାର୍ଶ୍ଵ ଦେଇ ବହି ଯାଇଥିବା ଋଷିକୂଲ୍ୟା ନଦୀ ଓ ଅନତି ଦୂରରେ ସାଗରର ସଙ୍ଗମସ୍ଥଳ ହୋଇଥିବା ହେତୁ ଏହି ପର୍ବତଟି ଏକ ପବିତ୍ର ସ୍ଥଳ ଥିଲା।
After completing the worship of Shri Shiva Tumbeshwar on the banks of Rushikulya, Lord Rama worshipped his beloved Chandesh during his journey. This Shiva, worshipped and established by Lord Rama, continues to be revered as Rameshwar Peetha in Karapada village to this day.
ଏଣୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଋଷିକୂଲ୍ୟା ତଟରେ ଶ୍ରୀ ଶିବ ତୁମ୍ବେଶ୍ୱର ଙ୍କ ପୂଜା ସମାପନ ପରେ ଯାତ୍ରା ସମୟରେ ନିଜ ଆରାଧ୍ୟ ଚଣ୍ଡେଶ ଙ୍କୁ ଆରାଧନା କରିଥିଲେ। ସେହି ଶିବ ପ୍ରଭୁ ରାମଚନ୍ଦ୍ର ଙ୍କ ଦ୍ୱାରା ପୂଜିତ ଓ ପ୍ରତିଷ୍ଠିତ ହୋଇଥିବାରୁ ତାହା ଅଦ୍ୟାବଧି କରପଡା ଗ୍ରାମରେ ରାମେଶ୍ୱର ପୀଠ ଭାବେ ପୂଜିତ।
Then, while traveling by boat towards the valley, the boat stopped near a small hill. Even today, this boat remains beside Ramachandi.
As evening approached, Lord Rama, the epitome of righteousness, climbed to the top of this small hill to worship Shri Shakti (his chosen deity - Chandi), from where the sacred Rushikulya river and the Bay of Bengal confluence were visible.
ତାପରେ ଡଙ୍ଗାରେ ବସି ଉପତ୍ୟକା ଅଭିମୁଖେ ଯିବା ସମୟରେ ଡ଼ଙ୍ଗାଟି ଏକ ଅନୁଚ ପାହାଡ଼ ପାଖରେ ଲାଗିଥିଲା। ଆଜି ବି ସେହି ଡଙ୍ଗା ରମଚଣ୍ଡିଙ୍କ ପାର୍ଶ୍ଵରେ ଅବସ୍ଥିତ।
ସନ୍ଧ୍ୟା ସମୟ ଉପନୀତ ଥିବା ହେତୁ ମର୍ଯ୍ୟାଦା ପୁରୁଷୋତ୍ତମ ଉକ୍ତ ଅନୁଚ-ପର୍ବତ ଶିଖର ରେ ଶ୍ରୀ ଶକ୍ତି(ଇଷ୍ଟ ଦେବୀ - ଚଣ୍ଡୀ) ଙ୍କ ଆରାଧନା ପାଇଁ ଉପରକୁ ଆସିଲେ। ଯେଉଁଠି ପବିତ୍ର ଋଷିକୂଲ୍ୟା ନଦୀ ଓ ବଙ୍ଗୋପ ସାଗରର ସଙ୍ଗମ ଦୃଶ୍ୟମାନ ହେଉଛି।
On a stone, using his arrow (Sharmuṇa), Lord Rama gave form to the three Gunas of Shri Chandi - Sattva, Rajas, and Tamas - manifesting as the divine three-faced form. This powerful Shakti exists in three forms with three faces.
ଗୋଟିଏ ପଥର ଉପରେ ଶାୟକ ଦ୍ଵାରା ଅର୍ଥାତ୍ ସରମୁନରେ ଶ୍ରୀ ଚଣ୍ଡୀଙ୍କ ତ୍ରୀ ଗୁଣ କୁ ସତ୍ଵ ରଜ ଓ ତମ ର, ଶ୍ରୀମୁଖ ରୂପକୁ ସ୍ଵରୂପ ପ୍ରଦାନ କରିଥିଲେ ଅପରବର୍ତ୍ତୀ ସମୟରେ ଏହା ଏକ ଶକ୍ତି ବହତି ତ୍ରିନାମ ରୁପେ, ତ୍ରିମୁଖ ସ୍ଵରୂପ ରେ ବିଦ୍ୟମାନ୍ ଅଟନ୍ତି।
Maha Saraswatiମହା ସରସ୍ଵତୀ
Maha Lakshmiମହାଲକ୍ଷ୍ମୀ
Maha Kaliମହାକାଳୀ
As this divine Shakti was established and worshipped by Shri Rama, she came to be known as Shri Maa Ramachandi and this sacred place became known as Ramachandi Shaktipeetha.
ଶ୍ରୀ ରାମଚନ୍ଦ୍ର ଙ୍କ ଦ୍ୱାରା ସ୍ଥାପିତ ଏବଂ ପୂଜିତ ହୋଇଥିବା ହେତୁ ଆଦ୍ୟାଶକ୍ତି ଙ୍କ ନାମ ଶ୍ରୀ ମା' ରାମଚଣ୍ଡୀ ହେଲା ଓ ଏହି ପୀଠ ର ନାମ ରାମଚଣ୍ଡୀ ଶକ୍ତିପୀଠ ହେଲା।
Subsequently, as she bestowed blessings for the fulfillment of the highest desires (Isht), Maa came to be worshipped as the chosen deity (Isht Devi) by many devotees.
ପରବର୍ତ୍ତୀ ସମୟରେ ଇଷ୍ଟ ଅର୍ଥାତ୍ ଶ୍ରେଷ୍ଟ କାମନା ସିଦ୍ଧି ର କୃପା ବୃଷ୍ଟି କରୁଥିବା ହେତୁ ବହୁ ବାସ୍ତବ୍ୟଙ୍କ ଇଷ୍ଟ ଦେବୀ ରୂପେ ମା' ପୂଜିତ ହେଲେ।